ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ବର୍ଷା ଜଳ ର କିଛି ଚମତ୍କାରୀ ଉପାୟ ବିଷୟ ରେ ଜଣାଇବୁ । ଯେଇଁ ଉପାୟ ମାନ କଲେ ଆପଣ ମାନଙ୍କ ର ଧନ , ସୁଖସମୃଦ୍ଧି ପାଇବା ସହିତ ରୋଗ ଏବଂ ରୁଣ ଆଦି ସମସ୍ୟା ର ସମାଧାନ ହୋଇଥାଏ । ବନ୍ଧୁଗଣ ଜଳ ଖାଲି ଶୋଷ ମେଣ୍ଟାଇ ନଥାଏ କିମ୍ବା ଖାଲି ଦୈନଦିନ କାର୍ଯ୍ୟରେ ଆସିନଥାଏ ବରଂ ମନୁଷ୍ୟର ସବୁ ସମସ୍ୟା ଦୂର କରିବା ସହିତ ମନୁଷ୍ୟକୁ ଧନ, ସୁଖ ସମୃଦ୍ଧି ଆଣି ଦେଇଥାଏ । ବର୍ଷା ଜଳ ଦୁର୍ଭାଗ୍ୟକୁ ସୌଭାଗ୍ୟ କରିଥାଏ । ପ୍ରାଚୀନ ଧର୍ମ ଗ୍ରନ୍ଥରେ ଏହି ବର୍ଷା ଜଳ ବିଷୟରେ କିଛି ଉପାୟ ମାନ ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ ରେ ।
ପ୍ରଥମ ଉପାୟ ଅଚାନକ ଧନ ପ୍ରାପ୍ତିର ଇଛା ରଖିଥିବା ମନୁଷ୍ୟ ସ୍ୱାତୀ ନକ୍ଷେତ୍ର ଦିନ ଯଦି ବର୍ଷା ହେଉଥାଏ ତେବେ ସେହିଦିନ ଏକ ପାତ୍ର ନେଇ ଘରର ଏୈଶାନ୍ୟ କୋଣରେ ରଖିଦେବେ । ସେହି ପାତ୍ର ବର୍ଷା ଜଳରେ ପୂର୍ଣ୍ଣ ହୋଇଗଲେ ଏହି ବର୍ଷା ଜଳ ଭର୍ତ୍ତି ପାତ୍ରଟିକୁ ଏୈଶାନ୍ୟ କୋଣରେ ରଖି ଦିଅନ୍ତୁ । ଧ୍ୟାନ ଦେବେ ସେଦିନ ଯେମିତି ସ୍ୱାତୀ ନକ୍ଷେତ୍ର ହୋଇଥିବ ।
କାରଣ ଏହି ସ୍ୱାତୀ ନକ୍ଷେତ୍ର ରେ ଜଳ ଶାମୁକା ଭିତରକୁ ଯାଇ ମୁକ୍ତାରେ ପରିଣତ ହୋଇଥାଏ । ତେଣୁ ସ୍ୱାତୀ ନକ୍ଷେତ୍ର ଉଚ୍ଚ କୋଟୀର ହୋଇଥାଏ । ଏହାର ଚମତ୍କାର ଫଳରେ ଦାରିଦ୍ରତା ଦୂର ହୋଇଥାଏ । ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି ଘରକୁ ସୁଖ, ଶାନ୍ତି ନେଇ ପ୍ରବେଶ କରିଥାନ୍ତି ।
ଦ୍ୱିତୀୟ ଉପାୟ ଯଦି କୌଣସି ବ୍ୟକ୍ତିର ବ୍ୟବସାୟରେ କ୍ଷତି ଘଟୁଥାଏ ବହୁତ ଚିନ୍ତା ବ୍ୟସ୍ତତା ଭିତରେ କଟୁଥାଏ ତାହାଲେ ଏକ ନୂଆ ସଫା ପିତଳ ଲୋଟାରେ ଅବା ପିତଳ ବାସନରେ ବର୍ଷା ଜଳ ଭରି କରି ସେହି ଜଳରେ ମାଁ ଲକ୍ଷ୍ମୀଙ୍କର ଅଭିଶେକ କରନ୍ତୁ ଏବଂ ତା ସହିତ ମାଁ ଲକ୍ଷ୍ମୀଙ୍କର ମନ୍ତ୍ର ପାଠ ଜପ କରନ୍ତୁ , ଏହା କରିବା ଦ୍ୱାରା ବହୁତ ସୁଫଳ ମିଳିଥାଏ ।
ତୃତୀୟ ଉପାୟ ଯଦି କାହାର ପରିବାରରେ କଳହ ଅଶାନ୍ତି ଲାଗି ରହୁଥାଏ ପାରିବାରିକ ସୁଖ ଶାନ୍ତି ମିଳୁ ନଥାଏ ପରିବାରର ଶାନ୍ତି ଆଣିବାକୁ ଚାହୁଁଥିଲେ ତେବେ ବର୍ଷା ଜଳରେ ଭଗବାନ ବିଷ୍ଣୁଙ୍କୁ ସ୍ନାନ କରାନ୍ତୁ , ଓମ୍ ନମଃ ଭଗବତେ ବାସୁଦେବାୟ ୧୦୮ ଥର ପାଠ କରନ୍ତୁ , ତେବେ ଯାଇ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ପାଇଁବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।