ବନ୍ଧୁଗଣ ଜୁଲାଇ ମାସ ଆରମ୍ଭ ହୋଇ ସାରିଛି । ଆପଣ ମାନେ ଜାଣିଛନ୍ତି କି ପ୍ରତି ମାସର ଆରମ୍ଭରୁ କିଛି ରାଶିଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥାଏ । ଏଥର ଜୁଲାଇ ମାସରେ ବି ସେମିତି କିଛି ବଡ ପରିବର୍ତ୍ତନ ହେବାକୁ ଜାଉଅଛି । ଏହି ଜୁଲାଇ ମାସର 20 ତାରିଖ ପରେ ମଧ୍ୟ ଶ୍ରାବଣ ମାସ ଆରମ୍ଭ ହେଉଛି , ଯେଉଁ କାରଣରୁ କିଛି ରାଶିଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖା ଦେବ ।
ନୁଆ ପାଂଜି ଆସିବା ସହିତ , ଓଡିଆ ନୁଆ ବର୍ଷୀକ ରାଶିଫଳ ମଧ୍ୟ ଏହି ବର୍ଷ ଏହି ଦିନଠୁ ପ୍ରକାଶ ପାଇଥାଏ । ତେବେ ଆଜିର ଏହି ଓଡିଆ ମାସୀକ ରାଶିଫଳ ଭାଗ 2 ରେ ଆମେ ସିହଂ , କନ୍ୟା , ତୁଳା ଓ ବିଛା ରାଶିର ବ୍ୟକ୍ତିଙ୍କ ମାସୀକ ରାଶିଫଳ ବିଷୟରେ କଥା ହେବା । ଏହାର ଭାଗ 1 ରେ ଆମେ ମେଷ , ବୃଷ , ମିଥୁନ ଓ କର୍କଟ ରାଶିଙ୍କ ବିଷୟରେ କଥା ହୋଇଥିଲେ । ଯଦି ଆପଣ ତାହା ପଢିବାକୁ ଚାହୁଁଛନ୍ତି ତେବେ ଉପର ଫଲୋ ରେ କ୍ଲିକ କରି ପେଜକୁ ଜାଇ ପଢି ପାରିବେ । ମେଷ , ବୃଷ , ମିଥୁନ ଓ କର୍କଟ ରାଶିର ମାସୀକ ରାଶିଫଳ ।
ସିଂହ ରାଶି – ମାସ ଆରମ୍ଭରୁ ରବି, ଶୁକ୍ର ଓ ଶନି ପଞ୍ଚମରେ, ଚନ୍ଦ୍ର ଏକାଦଶରେ, ମଙ୍ଗଳ ଓ ଗୂରୁ ତୃତୀୟରେ, ବୁଧ ଚତୁର୍ଥରେ, ରାହୁ ଦ୍ଵାଦଶରେ ଓ କେତୁ ଷଷ୍ଠରେ ଅବସ୍ଥାନ କରିଛନ୍ତି । ମାସରମ୍ଭରେ ରବି, ବୃହସ୍ପତି, ଶନି, କେତୁ, ବୁଧ ପଞ୍ଚମରେ ଓ ରାହୁ ତୃତୀୟରେ ଥିବାରୁ ସମସ୍ତ ଆଶା ଅଭିଳାଷ ପୂରଣ ହୋଇପାରିବ । ଦୀର୍ଘଦିନ ପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି । ଭାଗ୍ୟୋନ୍ନତି, କର୍ମୋନ୍ନତି, ସନ୍ତାନସୁଖ ପ୍ରାପ୍ତି, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ପରହାତରେ ଥିବା ଧନ ପ୍ରାପ୍ତି ହେବ । ଅଧା ହୋଇଥିବା କାର୍ଯ୍ୟ ସହଜରେ ପୂରଣ ହେବ । ଆପଣଙ୍କ ବ୍ୟବସାୟରେ ସର୍ବଦା ଉନ୍ନତି ଓ ଲାଭପ୍ରାପ୍ତି ହେବ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ । ଋଣଭାରରୁ ମୁକ୍ତି ପାଇବେ । ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ ନାହିଁ ।
କନ୍ୟା ରାଶି – ମାସ ଆରମ୍ଭରୁ ରବି, ଶୁକ୍ର ଓ ଶନି ଚତୁର୍ଥରେ, ଚନ୍ଦ୍ର ଦଶମରେ, ମଙ୍ଗଳ ଓ ଗୂରୁ ଦ୍ଵିତୀୟରେ, ବୁଧ ତୃତୀୟରେ, ରାହୁ ଏକାଦଶରେ ଓ କେତୁ ପଞ୍ଚମରେ ଅବସ୍ଥାନ କରିଛନ୍ତି। ଅକସ୍ମାତ ଧନଲାଭ ହେବ । ଶିକ୍ଷା ବିଭାଗ କର୍ମଚାରୀ, ରାଜ୍ୟପାଳ ଭବନ କର୍ମଚାରୀ, ଓକିଲ ସଂଘ, ସାର୍ବଜନିନ ନିର୍ମାଣ ବିଭାଗର କର୍ମଚାରୀ, ଜଳବଣ୍ଟନ ବିଭାଗ କର୍ମଚାରୀ ଚିକିତ୍ସା ବିଭାଗ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ସହ ପଦୋନ୍ନତି ହେବ ଏବଂ କର୍ମପାଇଁ ଅପେକ୍ଷା କରିଥିବା ଯୁବକ ଓ ଯୁବତୀମାନେ ଉପଯୁକ୍ତ ବିଭାଗରେ କର୍ମ ନିଯୁକ୍ତି ପାଇବେ । ଗୃହପାଳିତ ପଶୁଙ୍କ ଦ୍ୱାରା ବିଶେଷ ଲାଭନ୍ୱିତ ହେବେ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ। ନୂତନ ସମ୍ପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ ।
ତୁଳା ରାଶି – ଏହି ମାସ ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ। ବିଶେଷକରି ବିଦ୍ୟାର୍ଥୀ-ମାନଙ୍କପାଇଁ ଏହାଏକ ସୁବର୍ଣ୍ଣ ସୁଯୋଗ । ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ । ପରାକ୍ରମ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧିହେବ । ସରକାରୀ କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଏବଂ ଧନଲାଭ କରିବାର ସୁଯୋଗ ପାଇବେ । ବ୍ୟବସାୟୀମାନେ ଯେକୌଣସି ଜାଗାରୁ ଧନଉପାର୍ଜନ କରିପାରିବେ ଓ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ସକ୍ଷମ ହେବେ । ସମ୍ପତ୍ତି କ୍ରୟକରିବା ପାଇଁ ଅତ୍ୟନ୍ତ ଶୁଭ ସମୟ । ସନ୍ତାନଠାରୁ ସୁଖପ୍ରାପ୍ତି ହେବ । କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ·ନ୍ଦି, ·ଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ ।
ବିଛ୍ଛା – ଏହି ମାସ ଆପଣ ସର୍ବାଧିକ ଭାଗ୍ୟଶାଳୀ ହେବେ । ଉନ୍ନତିସହ ଶାନ୍ତି ଉପୁଜିବ । ଶତୃମାନେ ମୁଣ୍ଡ ନୂଆଁଇବେ । ଆର୍ଥିକକ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ । ଚିନ୍ତାଦୂର ହୋଇଯିବ । ବ୍ୟବସାୟ କରୁଥିଲେ ଲାଭ ଲାଗି ରହିବ । ବୁଡ଼ିଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ । ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନହେବ । ମହତ୍ ଉଦେ୍ଦଶ୍ୟ ନେଇ ଉଚ୍ଚଆକାଂକ୍ଷାରେ ବିଦେଶଯାତ୍ରା କଲେ ନିଶ୍ଚୟ ଭାଗ୍ୟୋଦୟ ହେବାସହ ଅଭିଳାଷପୂର୍ଣ୍ଣ ହେବ । ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଆଶାନୁରୂପ ଫଳପାଇବେ । ବାରମ୍ବାର ମନଉଚ୍ଚାଟ ରହିବ । ପ୍ରଚୁର ଆୟହେବ ।
ତେବେ ବନ୍ଧୁଗଣ ଏହା ଥିଲା 4 ଟି ରାଶିର ମାସୀକ ରାଶିଫଳ । ଯଦି ଏଥିରେ ଆପଣଙ୍କର ରାଶି ଥାଏ , ତେବେ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ । ଆପଣଙ୍କର ମାସୀକ ରାଶିଫଳ ବିଷୟରେ ଜାଣିବାକୁ ଚାହୁଁଥିଲେ ଲାଇକ କରନ୍ତୁ । ଲାଇକ କଲେ ଆମେ ଆପଣଙ୍କୁ ଆପଣଙ୍କର ରାଶି ଫଳ ବିଷୟରେ ସୁଚନା ଦେବୁ । ଉପରେ ଫଲୋ କଲେ ଆପଣଙ୍କର ଭାଗ୍ୟ ଭବିଷ୍ୟର ସୁଚନା ମିଳିବ ।