ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶକ୍ତିର ପ୍ରତୀକ ହୋଇଥାନ୍ତି ନାଗ । ଦେବତା ରୂପରେ ପୂଜା ପାଆନ୍ତି ସର୍ପରାଜ । ପ୍ରାଚୀନ ସଂସ୍କୃତିରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ନାଗକୁ ପୂଜା କରିବା ଆମ ପରମ୍ପରା ରେ ବହୁ ପୁରାତନ । କେବଳ ଆମ ଭାରତରେ ନୁହେଁ ବହୁତ ସଂସ୍କୃତିରେ ମଧ୍ୟ ନାଗକୁ ଶକ୍ତିର ପ୍ରତୀକ ବୋଲି କୁହାଯାଏ ।
କାଳିଆ ନାମକ ନାଗ ବୃନ୍ଦାବନରେ ଥିବା ଯମୁନା ନଦୀରେ ବାସ କରୁଥିଲା । ତେବେ କାଳିଆ ନାଗ ସେଠାରେ ରହୁଥିବାରୁ ଯମୁନା ନଦୀର ପାଣି ଏତେ ବିଷାକ୍ତ ହୋଇଯାଇଥିଲା ଯେ ସେଠାରେ କୌଣସି ମନୁଷ୍ୟ କିମ୍ବା କୗେଣସି ପଶୁ ପକ୍ଷୀ କେବେବି ଯାଇ ପାରୁନଥିଲେ । କାଳିଆ ରମାଣକ ଦ୍ୱୀପ ର ବାସିନ୍ଦା ଥିଲା । ସେ ନାଗଙ୍କ ଶତ୍ରୁ ପ୍ରଭୁ ଗରୁଡଙ୍କ ଡରରେ ବୃନ୍ଦାବନକୁ ପଳାଇ ଆସିଥିଲା । କାରଣ ଗରୁଡ ଜଣେ ଋଷିଙ୍କ ଅଭିଶାପ ଯୋଗୁ ବୃନ୍ଦାବନରେ ପ୍ରବେଶ କରିପାରୁନଥିଲେ । ତେଣୁ କାଳିଆ ନାଗ ପାଇଁ ଏହା ସବୁଠାରୁ ସୁରକ୍ଷିତ ସ୍ଥାନ ଥିଲା ।
ଥରେ ପ୍ରଭୁ ଶ୍ରୀକୃଷ୍ଣ ନଦୀ କୂଳରେ ଖେଳୁଥିବା ସମୟରେ କୌଣସି କାରଣ ବସତ ନଦୀ ଭିତରକୁ ପଳାଇଥିଲେ । ସେତେବେଳେ କାଳିଆ ନାଗ ତାଙ୍କ ଉପରେ ଆକ୍ରମଣ କରି ବିଷ ଉଗାଳି ଦେଇଥିଲା । ହେଲେ ପ୍ରଭୁ ଶ୍ରୀକୃଷ୍ଣ ଯଥାଶିଘ୍ର ତାଙ୍କୁ କାବୁ କରିନେଇଥିଲେ ଓ କାଳିଆ ନାଗର ମୁଣ୍ଡରେ ବସି ପାଣି ବାହାରକୁ ଆସିଥିଲେ ।
ତକ୍ଷକ ନାଗ ବିଷୟରେ ମହାଭାରତ ରେ ଉଲେଖ କରାଯାଇଛି । ଅର୍ଜୁନ ଯେତେବେଳେ ଖାଣ୍ଡବ ବନରେ ନିଆଁ ଲଗାଇ ନଷ୍ଟ କରିଦେଇଥିଲେ ସେଠାରେ ରହୁଥିବା ତକ୍ଷକ ନାଗ ସେଠାରୁ ଆସି ତକ୍ଷକ ଶିଳାରେ ବାସ କଲେ । ତାଙ୍କୁ ଭଗବାନ ଇନ୍ଦ୍ରଙ୍କ ନେତ୍ର ମଧ୍ୟ କୁହାଯାଏ ।
କର୍କଟ ନାଗ । ଶିବଙ୍କ ବାହାନ ଭିତରୁ ଜଣେ । ସେ ମଧ୍ୟ ଜନ୍ମେଜୟଙ୍କ ଜଜ୍ଞରୁ ରକ୍ଷା ପାଇଁବା ପାଇଁ ବ୍ରହ୍ମାଙ୍କ ଉପଦେଶରେ ମହାଦେବ ଶିବଙ୍କର ତପସ୍ୟା କରିବା ଆରମ୍ଭ କରିଦେଇଥିଲେ । ସେ ମହାକାଳ ବନରେ ଶିବ ଲିଙ୍ଗକୁ ପୂଜିବାରେ ଲାଗି ପଡିଲେ । ତାଙ୍କ ତପସ୍ୟାରେ ପ୍ରତ୍ସନ୍ନ ହୋଇ ଶିବ ତାଙ୍କୁ କହିଲେ ଯେ ଯିଏ ନାଗ ଧର୍ମ ର ପାଳନ କରନ୍ତି ତାଙ୍କର ବିନାଶ ହୋଇପାରିବ ନାହିଁ । ତେଣୁ ଶିବ କର୍କଟ ନାଗକୁ ଶିବ ଲିଙ୍ଗରେ ପ୍ରବେଶ କରାଇଦେଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।