ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହୀନାମୁର ପ୍ରଭାବରେ ଜାପାନ, ଚୀନ ଆଉ କୋରିଆରେ ଦେଖିବାକୁ ମିଳିଛି ପ୍ରଭାବ। ବର୍ତମାନ କାଟାଗୋରୀ ନମ୍ବର 2 ରେ ସ୍ଥାନ ପାଇଛି ଆଉ ଜଣା ପଡୁଛି କି ଏହା ଆହୁରି ବି ସାଙ୍ଘାତିକ ହୋଇପାରେ। ଏଥିପାଇଁ ଅଧିକ ଆଲୋଚନା କରିବା ପାଇଁ ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ ଆମ ସହିତ ଯୋଡି ହୋଇଛନ୍ତି। ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି ଆପଣଙ୍କ ଏଥିରେ କଣ ପ୍ରତିକ୍ରିୟା ରହିଛି । ବୋଲି କହିଛନ୍ତି ଏହା 550 କିମି ଦକ୍ଷିଣ ପୂର୍ବ ଦିଗରେ ଚାଇନା ର ସଂଙ୍ଘାଇ ସହର ଅଭିମୂଖେ 12 କିମି ପ୍ରତି ଘଣ୍ଟା ହିସାବରେ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରୁଛି ।
ସେ କହିଛନ୍ତି ଯେ ଏହି ବାତ୍ୟା କେଟାଗୋରୀ 2 ଅନ୍ତର୍ଗତ ବୋଲି । ସେ କହିଛନ୍ତି ଯେ ଏହା ଜାପାନ ଏବଂ ଦକ୍ଷିଣ କୋରିଆ ଅଭିମୂଖେ ଗତି କରୁଛି ବୋଲି । ତେଣୁ ଏହି ଦେଶ ମାନଙ୍କରେ ଅଧିକ କ୍ଷତି ହେବାର ସମ୍ଭାବନା ଦେଖା ଦେଇଛି। ଏହି ବାତ୍ୟାଟି କୋରିଆର ବୁସାନ ସହର ନିକଟରରେ ଗତି କରିବ 7 ଏବଂ 8 ତାରିଖ ସକାଳ ସୁଦ୍ଧା ବୋଲି ସେ କହିଛନ୍ତି । ସେ କହିଛନ୍ତି ଏହା ଋଷିଆରେ ଯାଇ ଶେଷ ହେବ ବୋଲି ସେ କହିଛନ୍ତି।
ଯେତେବେଳ ତାଙ୍କୁ କୁହା ଯାଇଥିଲା କି ଜାପାନ ର ଯେଉଁ ପାଣିପାଗ ବିଭାଗ ରହିଛି ସେ ଏହାକୁ 2022 ର ସବୁଠାରୁ ବଡ ବାତ୍ୟା ଆଖ୍ୟା ଦେଇଛି । ବୋଲି ଯେତେ ବେଳେ ପ୍ରଶ୍ନ କରାଜାଇ ଥିଲା ତାହାର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ ବହୁତ ଅଧିକ ବର୍ଷା ହେବ ବୋଲି ସେ କହିଛନ୍ତି । ଏହାର ଯେଉଁ ଧୀର ଗତି ରହିଛି । ଯାହା ଦ୍ୱାରା ଏହାର କ୍ଷେୟ କ୍ଷେତି ଅଧିକ ରହିବ ବୋଲି କୁହାଜାଇଛି ।
ତେବେ ଯେତେ ବେଳେ ଏହା କୋରିଆରେ ପସିବ ମାରାତ୍ମକ ହେବ। ଏହି ସମୟ 24 ରୁ 36 ଘଣ୍ଟା ମଧ୍ୟରେ ରହିବ ବୋଲି ସେ କହିଛନ୍ତି। ସେ କହିଛନ୍ତି କି 7 ତାରିଖ ପରେ କୋରିଆ ଉପରୁ ଏହି ବାତ୍ୟାର ପ୍ରଭାବ କମିଯିବ ଆଉ ଏହା ଋଷିଆ ମାଟିରେ ପ୍ରବେଶ କରିବ । ଋଷିଆ ଏକ ଥଣ୍ଡା ଜାଗା ହୋଇ ଥିବାରୁ ଏହାର ପ୍ରଭାବ ବହୁତ କମିଯିବ ବୋଲି ସେ କହିଛନ୍ତି ।
ଯେତେବେଳ ତାଙ୍କୁ ପଚରା ଯାଇଥିଲା କି ଚାଇନାର ପୂର୍ବ ଉପକୂଳରେ ଏହାର ପ୍ରଭାବ କିପରି ରହିବ ବୋଲି ସେ କହିଛନ୍ତି କି ଚାଇନାର ପୂର୍ବ ଉପକୂଳ ମାନଙ୍କରେ ରହିଥିବା ସହର ମାନଙ୍କରେ ଏହାର କିଛି ମାତ୍ରାରେ ପ୍ରଭାବ ରହିବ ଆଉ ସେ କହିଛନ୍ତି କି 60-80 କିମି ବେଗରେ ପବନ ବହିପାରେ ବୋଲି ସେ କହିଛନ୍ତି। ସେ କହିଛନ୍ତି କି ଚାଇନାରେ କିଛି ମାତ୍ରାରେ ହିଁ ବର୍ଷା ଦେବ କାରଣ ବାତ୍ୟାର ମଧ୍ୟକ୍ରମ ଚାଇନା ଦେଇ ଯାଉ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।