ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିକୁ 30 ଦିନ ହୋଇଗଲାଣି ଦିପିକା ଧାରଣା ରେ ବସିଛନ୍ତି । ଆଉ ଏବେ ଯାଏ ବି ତାଙ୍କୁ ନ୍ୟାୟ ମିଳିନାହିଁ । ତେବେ ଗତ କାଲି ଦିନେଶ ଙ୍କ ଘର ଅଗଣା ରେ ଦିପିକା ଗଣେଷ ପୂଜା କରିଥିଲେ । ଏବଂ ସେଠାରେ ସେ ନିଜର ପରିବାର ମଙ୍ଗଳ କାମନା କରିଥିଲେ । ଆଉ ଏହାରି ମଧ୍ୟରେ ଦିପିକା ଙ୍କର ଏକ ସାକ୍ଷାତ୍ୟକାର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।
ତେବେ ବନ୍ଧୁଗଣ ଏହି ଭିଡ଼ିଓ ରେ ଦିପିକା କହିଛନ୍ତି ଯେ ସେ ସିନା ମୋ ଉପରେ ରାଗିଛନ୍ତି ହେଲେ ମୁଁ ତାଙ୍କ ଉପରେ ରାଗି ନାହିଁ । ପୂଜା କରିଲି ଶାଶୁ ଶସୁର ଙ୍କ ଶୁଭ କାମନା କରିଲି । ମୁଁ ଜାଣିଛି ମୁଁ ଯଦି ଠିକ୍ ଥିବି ତେବେ ଭଗବାନ କେବେ ବି ମୋ ସହିତ ଖରାପ କରିବେ ନାହିଁ । ଆଜି ସବୁ ମୋ ଉପରେ ରାଗିଛନ୍ତି ହେଲେ ଦିନେ ନା ଦିନେ ସେମାନେ ମତେ ବୁଝି ପାରିବେ । ମୁଁ ମୋ ମନରେ ରାଗ ଅଭିମାନ କିଛିବି ରଖିନାହିଁ । ସେହିଥି ପାଇଁ ମୁଁ ଲଡୁ ନେଇକରି ଆସିଛି ଆମ ପାଇଁ ଏହା ଏକ ଖୁସୀର ଦିନ ଅଟେ ।
ତେବେ ରାଗ ଅଭିମାନ ତ ରହିଛି ହେଲେ ମାନବିକତା ସବୁଠାରୁ ବଡ ଜିନିଷ ଅଟେ । ତେବେ ପ୍ରଭୁ ସବୁ ଦେଖୁଛନ୍ତି ଆଉ ମୋ କଷ୍ଟ ସେ ନିଶ୍ଚିତ ଦୂର କରିବେ ମୁଁ ଖୁସୀ ରେ ମିଠା ଆଣିଛି ଆଜି ମୋ ଶାଶୁ ମୋ ଉପରେ ରାଗି ନାହାଁନ୍ତି ଆଗ ଭଳି ସେ ମୋ ଉପରେ ପାଟି କରିନାହାଁନ୍ତି କି ସେ କିଛି ବି ଜିନିଷ ପତ୍ର ଫୋପାଡି ନାହାଁନ୍ତି । ମୁଁ ବହୁତ ଶାନ୍ତି ରେ ଠାକୁର ଙ୍କ ସେବା କରିଛି । ତେବେ ଏହି ଭଳି କିଛି ପ୍ରତିକ୍ରିୟା ସେ ନିଜର ବାଇଟ ରେ ଦିପିକା ଦେଇଥିବାର ଦେଖିବା ପାଇଁ ମିଳିଥିଲେ । ଗୋଟେ ଝିଅ ପାଇଁ ଏହା କେତେ କଷ୍ଟ ଏହା ମୋ ଛଡା ଆଉ କେହିବି ଜାଣି ନଥିବେ ।
ତେବେ ବନ୍ଧଗଣ ଏହାରି ମଧ୍ୟରେ କୁହାଜାଇଛି ଦିନେଶ ଙ୍କ ମାଆ ଙ୍କ ମନ ପରିବର୍ତନ ହୋଇଛି । ଆଉ ସତ ରେ ଯଦି ଦିନେଶ ଙ୍କ ମାଆ ଙ୍କ ମନ ପରିବର୍ତନ ହୋଇଛି । ତେବେ ଏହା ଦିପିକା ଙ୍କ ପାଇଁ ବହୁତ ଶୁଭ ସମୟ ଅଟେ । ଏବଂ ଥରେ ଯଦି କେବଳ ଦିନେଶ ଙ୍କ ମନ ପରିବର୍ତନ ହେବ ତେବେ ଦିନେଶ ଏବଂ ଦିପିକା ପୁଣି ଥରେ ଏକାଠୀ ହୋଇ ରହିବେ । ସେମାନେ ପୁଣି ଆଗ ପରି ବୁଲିବେ ଏବଂ ଆଗପରି ଯେମିତି ସ୍ୱାମୀ ସ୍ତ୍ରୀ ସଂମ୍ପର୍କ ରେ ରହିଥିଲେ ସେମିତି ହିଁ ସେମାନେ ରହିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।