ମାଡି ଆସୁଛି ପ୍ରଚଣ୍ଡ ତିନି ଲଘୁଚାପ ସମୁଦ୍ର ଭିତରେ ଆସିପାରେ ବାତ୍ୟା

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସେପ୍ଟେମ୍ବର ରେ ତିନି ତିନଟି ଲଘୁଚାପ । ସମୁଦ୍ର ଭିତରେ ଆସିପାରେ ବାତ୍ୟା । ପବନ ଠାରୁ ବେଶି ରହିବ ବର୍ଷାର ପ୍ରଭାବ । ଲଗାଣ ବର୍ଷା ହେବ ପ୍ରାୟ ତିନିଦିନ ଧରି । ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଛୁଇଁଲା ବେଳକୁ ବଳ ସାମାନ୍ୟ କମିଯାଏ । ଚଳିତ ମାସରେ ତିନଟି ଲଘୁଚାପ ଆଗପଛ ହୋଇ ଆସିପାରେ । ବଙ୍ଗୋପସାଗର ରେ ସାମ୍ଭାନ୍ୟ ବାତ୍ୟା କୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ।

ଅଧିକାଂଶ ମଡେଲ ଦର୍ଶାଉଛି ଲଘୁଚାପ ଘନିଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ । ଚି.ଏଫ.ଏସ୍ ଭଳି କିଛି ମଡେଲ ଆକଳନ ଯାହା ଏହା ସମୁଦ୍ର ଭିତରେ ବାତ୍ଯା ର ରୂପ ନେବ । ମାତ୍ର ଉପକୂଳ ଛୁଇଁଲା ବେଳକୁ ଗଭୀର କିମ୍ବା ଅବପାତ ଅବସ୍ଥାରେ ରହିପାରେ । କିଛି ମଡେଲ ଓଡିଶା ଉପକୂଳ ଛୁଇଁବା ନେଇ ଆକଳନ କରୁଥିବା ବେଳେ ଆଉ କେତେକ ଦର୍ଶାଇଛନ୍ତି ଏହା ଆନ୍ଧ୍ର କିମ୍ବା ପଶ୍ଚିମବଙ୍ଗ ଯାଇ ପାରେ । ଏସବୁ କେବଳ ପ୍ରାକ୍ ଆକଳନ ।

rains

ପାଣିପାଗ ବିଶେଷଜ୍ଞ୍ୟ ଡ. ସୁରେନ୍ଦ୍ର ନାଥ ପଶୁପାଳନଙ୍କ ଆକଳନ ହେଲା ଜି. ଏଫ୍. ଏସ୍ ଓ ଏମ. ସି ମଡେଲ ଅନୁଯାୟୀ ପ୍ରଥମ ତିନି ସପ୍ତାହରେ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଏମ. ସିଏ. ଡବ୍ଲୁ. ଏସ ମଡେଲ ଅନୁଯାୟୀ ଦୁଇଟି ଲଘୁଚାପ ହେବ । ପ୍ରଥମ ଲଘୁଚାପ ଦକ୍ଷିଣ ପଶ୍ଚିମ ଓ ସଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦକ୍ଷିଣ ଆନ୍ଧ୍ର ଉପକୂଳ ଆସନ୍ତା ୬, ୭ ତାରିଖ ବେଳକୁ ହୋଇପାରେ । ଏହା ୯ ତାରିଖ ଆଡକୁ ତେଲେଙ୍ଗାନା ଆଡକୁ ମୁହାଁଇବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡିଶାକୁ ସାମୁଦ୍ରିକ ପବନ ବହିବ । ତାପମାତ୍ରା କମିବ ବିଭିନ୍ନ ଜାଗାରେ ମେଘୁଆ ପାଗ ସହିତ ସ୍ୱଳ୍ପ ବର୍ଷା ହୋଇପାରେ ।

ଦ୍ୱିତୀୟ ଲଘୁଚାପଟି ଉତ୍ତର ବଙ୍ଗୋପସାଗର ଆସନ୍ତା ୯ ତାରିଖ ବେଳକୁ ସୃଷ୍ଟି ହୋଇପାରେ । ଏହା ଓଡ଼ିଶା କିମ୍ବା ସଲଗ୍ନ ପଶ୍ଚିମବଙ୍ଗ ଉପକୂଳକୁ ୧୧ ତାରିଖରେ ଛୁଇଁବ । ସମୁଦ୍ରରେ ଥିବା ବେଳେ ଏହାର ଗଭୀର ଅବପାତ ସମ୍ଭାବନା ଅଧିକ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *