ଥାଇରଏଡ଼ ରୋଗ ପାଇଁ ଫଳପ୍ରଦ ହୋଇଥିବା କେତୋଟି ବିଶେଷ କଥା ।

ttt

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଏପରି ଖାଇବା ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ଖାଇ ନିଜ ଶରୀରର ଥାଇରଏଡ଼ ରୋଗ କୁ କଣ୍ଟ୍ରୋଲ ରେ ରଖୀ ପାରିବେ । ଯଦି ଆପଣ ଏହି ସବୁ ଖାଦ୍ୟ କୁ ନିଜ ଜୀବନରେ ସଠିକ୍ ଭାବରେ ବ୍ୟବହାର କରିବେ ତାହେଲେ ଏହା ଥାଇରଏଡ଼ ରୋଗ ପାଇଁ ଔଷଧ ପରି କାର୍ଯ୍ୟ କରିଥାଏ । ସାଧାରଣତଃ ଡାଇବେଟିସ ଏବଂ ଥାଇରଏଡ଼ ରୋଗ ସବୁ ବହୁତ୍ ଦିନ ଲାଗିଥାଏ ସମ୍ପୂର୍ଣ ଭାବରେ ଭଲ ହେବାକୁ । ଏହି ରୋଗ ସବୁ ଭଲ ହେବାପାଇଁ ବହୁତ୍ ସମୟ ଲାଗିଥାଏ କାହିଁକି ନା ଏହି ସବୁ ରୋଗ ର ପ୍ରତିକାର ଔଷଧ ରେ ନଥାଏ ବରଂ ଏହାର ପ୍ରତିକାର ଆମେ ଖାଉଥିବା ଖାଦ୍ୟ ଉପରେ ନିର୍ଭର କରିଥାଏ ।tt

ବହୁତ୍ ପ୍ରକାରର ଲୋକ ସମ୍ପୂର୍ଣ୍ଣ ଭାବରେ ଔଷଧ ଉପରେ ନିର୍ଭର କରିଥାନ୍ତି । ଅବଶ୍ୟ ସେହି ଔଷଧ ରେ ଥାଇରଏଡ଼ ରୋଗ କଣ୍ଟ୍ରୋଲ ରେ ରହିଥାଏ ଏବଂ ଭଲ ହୋଇଯାଇଥାଏ କିନ୍ତୁ ଏହା ଦ୍ଵାରା ଆମ ଶରୀରକୁ ଉପଯୁକ୍ତ ପୋଷକ ପଦାର୍ଥ ମିଳିନଥାଏ । ଯାହାର ପ୍ରଭାବ ରେ ଚୁଟି ଉପୁଡ଼ି ଥାଏ , ହାଲିଆ ଲାଗିଥାଏ ଏବଂ ଠିକ୍ ରେ ନିଶ୍ବାସ ନେଇ ହୋଇ ନଥାଏ । ଆସନ୍ତୁ ଜାଣିବା କିଛି ଖାଦ୍ୟ ଯାହାକୁ ଖାଇବା ଦ୍ବାରା ଥାଇରଏଡ଼ ରୋଗ କୁ କଣ୍ଟ୍ରୋଲ କରି ପାରିବେ ।oil

୧. ନଡ଼ିଆ ତେଲ ମିଡ଼ିଉମ ଚେନ୍ ଫ୍ୟାଟି ଏସିଡ ରେ ଭରପୁର ଥାଏ ଯାହା ଆମ ଶରୀରର ମେଟା ବୋଲିଶୀମ କୁ ଠିକ୍ ରଖିଥାଏ । ଥାଇରଏଡ଼ ଆମ ଶରୀରର ମେଟା ବୋଲିଶୀମ କୁ କମ କରିଦେଇଥାଏ ଯାହା ଫଳରେ ଶରୀର ମୋଟା ହୋଇଯାଇଥାଏ । ସେଥିପାଇଁ ଥାଇରଏଡ଼ ରୋଗୀ ମାନଙ୍କୁ ନଡ଼ିଆ ତେଲ ଖାଇବା କଥା ଏବଂ ଏହାକୁ ସେବନ କରିବା ଦ୍ଵାରା ମଧ୍ୟ ଶରୀରର ମୋଟପାଣ ଦୂର ହୋଇଥାଏ । ଆପଣ ପ୍ରତିଦିନ ନଡ଼ିଆ ତେଲ କୁ ଗରମ ପାଣି , ଗରମ କ୍ଷୀର କିମ୍ବା ଡାଲି ରେ ପକାଇ ସେବନ କରିପାରିବେ ।dhi

୨.ନଡ଼ିଆ ତେଲ କରି ଦହି ମଧ୍ୟ ଏପରି ଏକ ଜିନିଷ ଯାହାକୁ ଥାଇରଏଡ଼ ହେବ ମାତ୍ରେ ପ୍ରତିଦିନ ସେବନ କରିବା ଉଚିତ୍ । ଦହି ରେ ଭିଟାମିନ ଡି ସେଲେନିଅମ୍ ଏବଂ ଆଇଓଡ଼ିନ ରହିଥାଏ । ଏହା ସାଧାରଣତଃ ଆମ ଶରୀରର ଥାଇରଏଡ଼ ହରମନ କୁ ସନ୍ତୁଳନ ରେ ରଖିଥାଏ । ଯଦି ଆପଣ ପ୍ରତିଦିନ ଦହି ସେବନ କରିବେ ତାହେଲେ କିଛି ଦିନ ରେ ଆପଣଙ୍କ ଥାଇରଏଡ଼ ଧୀରେ ଧୀରେ କମିବା କୁ ଲାଗିବ ।

Leave a Reply

Your email address will not be published. Required fields are marked *