ସାଧାରଣତଃ ଲୋକ ମାନେ ନିଜର ପେଟ ଏବଂ ଯକୃତ ର ପରିଷ୍କାର ଉପରେ ବହୁତ୍ ଗୁରୁତ୍ଵ ଦେଇଥାନ୍ତି କିନ୍ତୁ ବୃକକ ବି ଆମ ଶରୀରର ସେହିପରି ଏକ ଅଙ୍ଗ ଅଟେ ଯାହାର ସମୟ ସମୟ ମଧ୍ୟରେ ସଫା କରିବାକୁ ପଡ଼ିଥାଏ । କାହିଁକି ନା ବୃକକ ରେ ଯେତେବେଳେ ଅପରିଷ୍କାର ପଦାର୍ଥ ର ମାତ୍ରା ବଢିବାରେ ଲାଗିଥାଏ ଆମକୁ ଟିକେ ବି ଜଣା ପଡ଼ି ନ ଥାଏ ଏବଂ କିଛି ଦିନ ପରେ ଆମକୁ ବୃକକ ଜନିତ ସମସ୍ୟା ଦେଖା ଦେଇଥାଏ । ଯେପରି ହୃତପିଣ୍ଡ କିମ୍ବା ଯକୃତ ରେ କିଛି ଖରାପ ହେଲେ ଶରୀର ପାଇଁ ବହୁତ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ସେପରି ବୃକକ ରେ ଯଦି କିଛି ଖରାପ ଆସେ ତାହେଲେ ମଣିଷ ର ମୂତ୍ୟୁ ବି ହୋଇପାରେ । ଆଜି ଆମେ ଆପଣଙ୍କୁ କହିବୁ କି ଏକ ଘରୋଇ ଉପଚାର ଯାହା ଦ୍ଵାରା ଆପଣ ନିଜର ବୃକକ କୁ ସଫା ରଖି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ ।
ସାଧାରଣତଃ ଦେଖିବାକୁ ଗଲେ ଆମେ ଯେତେବେଳେ ମକା ଅନିଥାଉ ତାହାର ଉପରେ ଥିବା ଚୋପା ଏବଂ ଏକ ଚୁଟି ପରି ଏକ ଜିନିଷ ଲାଗିଥାଏ ଯାହାକୁ କି ଆମେ ଛିଡାଇ ଫୋପାଡି ଦେଇଥାଏ । କିନ୍ତୁ ଏହି ଚୁଟି ପାଟି ଜିନିଷ ରେ ବହୁତ୍ ପ୍ରକାରର ଔଷଧୀୟ ଗୁଣ ରହିଥାଏ । ଏହାର ବ୍ୟବହାର ବ୍ଲାଡର କିମ୍ବା ମୂତ୍ରାଶୟ ତଳି ରେ କୌଣସି ପ୍ରକାରର ଇଁଫେକ୍ସ ନ ହେଲେ କରାଯାଇଥାଏ । କିଡନୀ ରେ ଷ୍ଟୋନ୍ , ହୃତପିଣ୍ଡ ଜନିତ ସମସ୍ୟା, ଡାଇବେଟିସ , ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଏହାର ବ୍ୟବହାର ହୋଇଥାଏ ।
ଏଥିରେ ପ୍ରୋଟିନ , ସ୍ୱେତସର, ଧାତୁ ସାର ର ମାତ୍ର ଅଧିକ ରହିଥାଏ ଯାହାକି ଆମ ବୃକକ ର ସଫା କରିବା ସହିତ ଆମ ରକ୍ତ ରେ ବଢ଼ିଯାଇଥିବା ସୁଗାର ର ସ୍ତର କୁ ମଧ୍ୟ କଣ୍ଟ୍ରୋଲ ରେ ରଖିଥାଏ । କିଡନୀ କୁ ସଫା କରିବା ପାଇଁ ମକା ରେ ପ୍ରସ୍ତୁତ ଚା ପିଇବା ଦରକାର । ପ୍ରଥମେ ଆପଣ ସେହି ମକା ରେ ଥିବା ଚୁଟି ପରି ଜିନିଷ କୁ ଖର ରେ କିଛି ସମୟ ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ ।ଏହା ପରେ ଯେତେବେଳେ ସେହି ମକା ଭଲ ଭାବରେ ଶୁଖିଯିବ ତାର ରଙ୍ଗ ହାଲୁକା ମାଟିଆ ହୋଇଯବ । ସେତେବେଳେ ତାହାକୁ ଆଣି ସେଥିରୁ ୫୦ ଗ୍ରାମ ଆଣି ତାହାକୁ ୨ ଗ୍ଲାସ ପାଣି ରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ବୁଡାଇ ଦିଅନ୍ତୁ ।
ଏହା ପରେ ତାହାକୁ ଛାଣି କୌଣସି ଏକ ପାତ୍ର ରେ ରଖି ଦିଅନ୍ତୁ । ସ୍ଵାଦ ପାଇଁ ମଧ୍ୟ ଏଥିରେ ଲେମ୍ବୁ ର ରସ ମିଶାଇ ପାରିବେ । ଏହି ପ୍ରସ୍ତୁତ ପାନୀୟ କୁ ଗୋଟେ ଦିନ ମଧ୍ୟରେ ଦୁଇ ରୁ ତିନି ଥର ସେବନ କରନ୍ତୁ ଏବଂ ଏହା କେବଳ ଖାଇବାର ୩୦ ରୁ ୪୦ ମିନିଟ ପରେ । ଏହି ପରି ଯଦି କିଛି ଦିନ ଏହି ପାନୀୟ ଟି କୁ ସେବନ କରିବେ ତାହେଲେ ଆପଣଙ୍କ କିଡନୀ ସଫା ହୋଇଯିବ ।