ବାବୁସାନ-ପ୍ରକୃତିଙ୍କ ଲଭ୍ ଷ୍ଟୋରୀ: ସବୁ ଗୁମର ଖୋଲିଲେ ଅପରାଜିତା ।

trupti19

ସ୍ୱାମୀ ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି ପତ୍ନୀ ତୃପ୍ତି ମହାନ୍ତି । ପ୍ରକୃତି ବାବୁସାନଙ୍କୁ ବାରମ୍ବାର ବ୍ଲାକମେଲ କରୁଥିବା ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ତେବେ ଉଭୟଙ୍କ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଅନେକ ଥର ସେମାନଙ୍କୁ ଏକାଠି ଧରିଥିବା କହିଛନ୍ତି ତୃପ୍ତି । ଭୁବନେଶ୍ୱର, ଗୋଆ ଓ ବମ୍ବେରୁ ପ୍ରକୃତି ଏବଂ ବାବୁସାନଙ୍କୁ ଅନେକ ଥର ଧରିଥିବା ପ୍ରକାଶ କରିଛନ୍ତି ।

ତେବେ ପ୍ରକୃତି ମିଶ୍ରଙ୍କ ନାଁରେ ଏକ ବଡ ଆରୋପ ଲଗାଇଛନ୍ତି ବାବୁସାନଙ୍କ ପତ୍ନୀ । ପ୍ରକୃତି ବାବୁସାନଙ୍କୁ ବାରମ୍ବାର ବ୍ଲାକମେଲ କରୁଥିବା ତୃପ୍ତି ଆରୋପ ଲଗାଇଛନ୍ତି । ହାତ କାଟିଦେବି ଏବଂ ଛାତରୁ ଡେଇଁପଡିବି ବୋଲି ଅନେକ ଥର ବାବୁଙ୍କୁ ପ୍ରକୃତି ଧମକ ଦେଇଥିବା କହିଛନ୍ତି ତୃପ୍ତି । ତେବେ ଏସବୁରୁ ଦୂରେଇ ରହିବାକୁ ବାବୁସାନଙ୍କୁ ତାଗିଦ କରିଥିଲେ ପତ୍ନୀ ତୃପ୍ତି । କିନ୍ତୁ ତାଙ୍କ କଥାକୁ ଶୁଣି ନଥିଲେ ବାବୁସାନ । ବାରମ୍ବାର ବୁଝାଇବା ପରେ ବି ପ୍ରକୃତିଙ୍କ ସହ ମିଳାମିଶା କରୁଥିବା ତୃପ୍ତି ପ୍ରକାଶ କରିଛନ୍ତି ।

ଓଲିଉଡ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଲଭ୍ ଷ୍ଟୋରୀଙ୍କୁ ନେଇ ଆଜି ସାରା ଓଡ଼ିଶା ପଡ଼ୁଛି ଉଠୁଛି । ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବା ସମୟରେ ସତ୍ୟନଗର ଅଞ୍ଚଳରେ ଧରାପଡ଼ିଥିଲେ । ବାବୁସାନଙ୍କ ପତ୍ନୀ ତୃପ୍ତି ସେମାନଙ୍କୁ ଧରିଥିଲେ । ଏନେଇ ସୋସିଆଲ ମିଡ଼ିଆରେ କିଛି ଭିଡିଓ ଭାଇରାଲ ହୋଇଥିଲା ।

ଏହା ମଧ୍ୟରେ ସାମ୍ନାକୁ ଆସିଛନ୍ତି ବାବୁସାନଙ୍କ ମାଆ ତଥା ତୃପ୍ତିଙ୍କ ଶାଶୂ ଅପରାଜିତା ମହାନ୍ତି । ତୃପ୍ତିଙ୍କ ଘର ଆଗରେ ଗଣମାଧ୍ୟମ କର୍ମଚାରୀଙ୍କ ପ୍ରବଳ ଭିଡ଼ ଲାଗିଥିଲା । ଏହା ମଧ୍ୟରେ ଅପରାଜିତା କହିଥିଲେ, ମୁଁ ପ୍ରଥମେ ମୋର ନାତିକୁ ଦେଖିବି । ତା’ପରେ ମୋତେ ଯିଏ ଯେତେ ପ୍ରଶ୍ନ କରିବ ମୁଁ ଗୋଟି ଗୋଟି କରି ସମସ୍ତ ଉତ୍ତର ଦେବି ।

ତେବେ ଏ ବିଷୟରେ ଆପଣଙ୍କର ମତା ମତ କଣ ଆମକୁ କମେଣ୍ଟ କରି ଆପଣଙ୍କର ମତା ମତ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *