ରୁମ ବୁକ କରିଥିଲେ ପ୍ରକୃତି । ତିନିଦିନ ଥିଲେ ହୋଟେଲରେ ?

rtyp

ଓଲିଉଡର ଚର୍ଚ୍ଚିତ ଅଭିନେତା ବାବୁସାନ୍ ମହାନ୍ତିଙ୍କ ଘର କଳି ଏବେ ସର୍ବସମ୍ମୁଖକୁ ଆସିଛି । ଆଜି ସକାଳଳେଭୁବନେଶ୍ୱର ସତ୍ୟନଗରରେ ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବା ବେଳେ ତାଙ୍କୁ ଧରିପକାଇଥିଲେ ଅଭିନେତାଙ୍କ ପତ୍ନୀ ତୃପ୍ତି ମହାନ୍ତି । ରାସ୍ତାରେ ଗାଡ଼ି ଅଟକାଇ ଝଗଡ଼ା କରିଥିଲେ ବାବୁସାନଙ୍କ ପତ୍ନୀ । ସାଙ୍ଗରେ ଥିବା ପ୍ରକୃତିଙ୍କୁ ମଧ୍ୟ ଟଣା ଓଟରା କରିଥିଲେ ।

ଏହା ସହ ପ୍ରକୃତି ମିଶ୍ର ତାଙ୍କ ପରିବାରକୁ ଭାଙ୍ଗିଦେଇଛନ୍ତି ବୋଲି ବାବୁସାନଙ୍କ ପତ୍ନୀ କହିଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର ।ସୂଚନା ଅନୁସାରେ, ବାବୁସାନ୍ ଓ ପ୍ରକୃତି ମିଶ୍ର ଫର୍ଚ୍ୟୁନ୍ ଗାଡ଼ିରେ ଯାଉଥିବା ବେଳେ ତୃପ୍ତି ମହାନ୍ତି ତାଙ୍କୁ ଅଟକାଇଥିଲେ । ରାସ୍ତାରେ ପ୍ରାୟ ୨ ଘଣ୍ଟା ଧରି ଷ୍ଟାର ଦମ୍ପତିଙ୍କ ମଧ୍ୟରେ କଳି ଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାବୁସାନ୍ ଅନେକ ସମୟରେ ଏହି ସ୍ଥାନକୁ ଆସନ୍ତି ।

ଏଠାରେ ଏକ ଗେଷ୍ଟ ହାଉସ୍ ରହିଛି, ଯାହାକୁ ୩ ଦିନ ପାଇଁ ପ୍ରକୃତି ମିଶ୍ର ବୁକ୍ କରିଥିଲେ । କିନ୍ତୁ ସେ କାହିଁକି ବୁକ୍ କରିଥିଲେ ଓ କାହା ସହ ଏଠାରେ ଆସି ରହୁଥିଲେ, ସେନେଇ କୌଣସି ସୂଚନା ମିଳିନାହିଁ । ତେବେ ସେହିପରି ବେଳେ ଉଭୟ ବାବୁସାନ ଓ ପ୍ରକୃତିଙ୍କ ଘର ଭୁବନେଶ୍ୱର ହୋଇତିଲା ବେଳେ ପ୍ରକୃତି ଘରେ ନ ରହି ହୋଟେଲରେ କଣ ପାଇଁ ରହୁଥିଲେ ଏବେ ଚର୍ଚା ଚାଲିଛି ।

  ଆଜି ଭୋର ସମୟରେ ଏହି ଘଟଣା ଘଟିଥିବା ବେଳେ ବାବୁସାନ୍ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ସ୍ୱାମୀ, ସ୍ତ୍ରୀ ଓ ସେ ଆଜି ଏପରି ଏକ ତ୍ରିକୋଣୀୟ କାହାଣୀ ରାଜରାସ୍ତାରେ ଦେଖିବାକୁ ମିଳିଥିଲା ।

ବାବୁସାନ୍ ପ୍ରକୃତିଙ୍କ ସହ ସେଠାକୁ ଯିବା ନେଇ ତାଙ୍କ ପତ୍ନୀଙ୍କ ପାଖରେ ପୂର୍ବରୁ ସୂଚନା ଥିଲା । ଫଳରେ ସେ ସମୟ ବିଳମ୍ବ ନକରି ସେଠାରେ ପହଞ୍ଚିଥିଲେ । ଅନ୍ୟପଟେ ବାବୁସାନଙ୍କ ଗାଡ଼ି ପ୍ରାୟତଃ ଏଠାରେ ପାର୍କ ହୁଏ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ତେବେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ତାଙ୍କ ପତ୍ନୀ ଏପରି କରିଥିବା ଜଣାପଡିଛି ।

ଖାରବେଳନଗର ଥାନାରେ ପ୍ରକୃତିଙ୍କ ବାପାମାଆ ଅଭିଯୋଗ କରିଛନ୍ତି । ଝିଅର ମାନହାନୀ ହୋଇଥିବା ନେଇ ପ୍ରକୃତିଙ୍କ ବାପାମାଆ ଅଭିଯୋଗ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *