ବନ୍ଧୁଗଣ ରାଶି ଚକ୍ର ସବୁବେଳେ ପରିବର୍ତ୍ତନ ଶୀଳ । କେତେବେଳେ କାହା ରାଶିରେ ଭଲ ଥାଏ ତ କେତେବେଳେ କାହା ରାଶି ରେ କାଳ ଦଶା ଭୋଗ ଥାଏ । ତେବେ ଯପରି ଆପଣ ଜାଣିଛନ୍ତି କି ସବୁ ମାସର ଆରମ୍ଭରୁ ରାଶି ଚକ୍ରରେ ବଡ ପରିବର୍ତ୍ତନ ହୋଇଥାଏ , ତେବେ ଜୋତିଷ ମାନଙ୍କ ମତରେ ଏହି ମାସର ଆରମ୍ଭରୁ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଜାଉଛି । ଯାହା ଫଳରେ ଏମାନଙ୍କ ଜୀବନରେ ଦେଖା ଦେବ ଅନେକ ପରିବର୍ତ୍ତନ ।
ଆସନ୍ତୁ ଜାଣି ନେବା ସେହି ବିଷୟରେ –
ବୃଷ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ‘ବୃଷ ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ।ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଲାଭ ପ୍ରାପ୍ତ ହେବ । ଧନ ପ୍ରାପ୍ତି ର ଯୋଗ ବନୁଅଛି । ପ୍ରତଯୋଗୀ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିବେ । ବିବାହ କୁ ନେଇ ଥିବା ସମସ୍ୟା ଦୂର ହେବ । ଏହା ସହିତ ଆପଣଙ୍କ ପାରିବାରିକ ତଥା ଦାମ୍ପତ୍ୟ ଜୀବନ ମଧୁର ହେବ । ଆପଣ ହସଖୁସିରେ ନିଜର ଜୀବନ ଅତିବାହିତ କରିବେ। ଏହି ଅପ୍ରେଲ ମାସ ଏମାନଙ୍କ ପାଇଁ ବହୁତ ଶୁଭ ରହୁଛି ।
ମିଥୁନ ରାଶି – ବନ୍ଧୁଗଣ ଦ୍ୱୀତିୟ ରାଶିଟି ହେଉଛି, ‘ମିଥୁନ ରାଶି’।ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଶୁକ୍ର ଗ୍ରହର ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପରିବର୍ତ୍ତନ ଆସିବ । ଏମାନେ ଧର୍ମ କର୍ମ କାର୍ଯ୍ୟ ରେ ଲିପ୍ତ ରହିବେ । ଏମାନଙ୍କ ଆଧ୍ୟାତ୍ମିକ ଶକ୍ତି ର ଉଜାଗର ହେବ । ଚାକିରୀ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ପଦୋନ୍ନତି ମଧ୍ୟ ପ୍ରାପ୍ତି ହେବ । ଏହା ସହିତ ସରକାରୀ କ୍ଷେତ୍ରରେ ଆପଣ କରିଥିବା ଆବେଦନ ରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ।
କୁମ୍ଭ ରାଶି – ବନ୍ଧୁଗଣ ତୃତୀୟରେ ଥିବା ରାଶି ଟି ହେଉଛି କୁମ୍ଭ ରାଶି । ଆମେ କହି ରଖୁଛୁ ଯେ ଏହି ଅପ୍ରେଲ ମାସରେ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏତେ ଭଲ ରହିବନି । ଏହି ରାଶିର ବ୍ୟକ୍ତି ମାନେ ଅନେକ ଖର୍ଚାନ୍ତ ହୋଇ ପାରନ୍ତି , ଏହା ସହିତ ସ୍ୱାସ୍ତ୍ୟ କ୍ଷେତ୍ରରେ ଏମାନଙ୍କର ଅନେକ ଅସୁବିଧା ଦେଖା ଦେଇ ପାରେ । ତେବେ ଏମାନଙ୍କୁ ଏହି ମାସରେ ଦେଖି ଚାହିଁ କାମ କରିବାକୁ ପଡିବ । ଏହି ସବୁ ଅସୁବିଧାର ପ୍ରତି କାର ପାଇଁ ଏମାନଙ୍କୁ ଗାଇକୁ ଦୁବ ଘାସ ଖାଇବାକୁ ଦେବାକୁ ପଡିବ ।
କର୍କଟ ରାଶି – ଶେଷରେ ଯେଉଁ ରାଶି ଟି ରହିଛି ତାହା ହେଉଛି କର୍କଟ ରାଶି । ଏହି ରାଶିଙ୍କ ବ୍ୟକ୍ତି ବିଶଷଙ୍କର ଏହି ମାସରେ ଶନି ଗ୍ରହ ଦଶା ଶେଷ ହେବ । କର୍କଟ ରାଶି ଲୋକଙ୍କ ଉପରେ ଆଲୋଚନା କରିବା ପୂର୍ବରୁ କହିରଖୁଛୁ କି ଏହି ରାଶିର ଲଗ୍ନ ସ୍ୱାମୀ ଚନ୍ଦ୍ର ନିଜେ ହୋଇଥାନ୍ତି।ଏହିମାନଙ୍କ କୁଣ୍ଡଳୀର ସପ୍ତମ ସ୍ଥାନରେ ଶନି ବାସ କରିଥାନ୍ତି।ଏହି ରାଶିର ବ୍ୟକ୍ତିବିଶେଷ ମାନେ ପାଠ ପଢିବାକୁ ବହୁତ ଆଗ୍ରହ ପ୍ରକାଶ କରିବା ସହ ଏହାକୁ ସଫଳତାର ସହ ରୂପାୟନ ମଧ୍ୟ କରନ୍ତି।ଏହି ଭାଗରେ ଦୁହେଁ ଦୁହିଁଙ୍କ ପାଇଁ ଆତ୍ମ ନିର୍ଭରଶୀଳ ହୋଇଥାନ୍ତି।
ତେବେ ବନ୍ଧୁଗଣ ଏହା ଥିଲା ସେହି ସବୁ ରାଶି ମାନଙ୍କ ବିଷୟରେ ଜାହାର ଜୀବନ ଏହି ମାସରେ ବଦଳିବାକୁ ଲାଗିବ । ଯଦି ଏହା ମଧ୍ୟରେ କୌଣସିଟି ଆପଣଙ୍କର ରାଶି ହୋଇଥାଏ , ତେବେ ଗୋଟିଏ ଲାଇକ କରି ଆମକୁ ନିଶ୍ଚୟ ଜଣାନ୍ତୁ ।