ଟଙ୍କା ବର୍ଷା କରୁଥିବା ( ଫୁଲ ) କରନ୍ତୁ ଏହି ଉପାୟ ହେବ ଧନ ବର୍ଷା |

Flowers

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣତ ଗଣେଷ ପୂଜା ଆସିଲେ ଆମେମାନେ ବିଶାଳ ବିଶାଳ ମୂର୍ତ୍ତୀ ବନେଇ ପ୍ରାଣ ପ୍ରତିଷ୍ଠା କରି ଗଣେଷ ଙ୍କ ପୂଜା କରିଥାଉ ଏବଂ ଗୃହ ପ୍ରଵେଶ , ଦୋକାନ ଅଫିସ୍ ଏବଂ କାରଖାନା ଇତ୍ୟାଦି ଆରମ୍ଭ କରିବା ପୂର୍ବରୁ ମାଟି , ପଥର ,ସୁନା ଏବଂ ଅଷ୍ଟ୍ ଧାତୁର ମୂର୍ତ୍ତୀ ମଧ୍ୟ ଆଣି ପୂଜା କରିଥାଉ । କିନ୍ତୁ ଆପଣ କଣ ଏହା ଜାଣନ୍ତି କି ଏମିତି ଏକ ଦିବ୍ୟ ବୃକ୍ଷ ଅଛି ଯେ ବୃକ୍ଷରେ ସାକ୍ଷାତ ଗଣେଷ ବାସ କରିଥାନ୍ତି ସେହି ବୃକ୍ଷ ର ନାମ ହେଉଛି ସେତ ଅରଖ ବା ଧଳା ଅରଖ ଗଛ ।

arakha

ଏହି ଅରଖ ଗଛ ପ୍ରାୟ ଦୁଇ ପ୍ରକାର ହୋଇଥାଏ ଗୋଟିଏ ହେଉଛି ବାଇଗଣୀ ରଙ୍ଗର , ଅନ୍ୟଟି ହେଉଛି ଧଳା ରଙ୍ଗର ଅରଖ ଫୁଲ । ଏହି ଧଳା ରଙ୍ଗ ର ଅରଖ ଫୁଲ ଗଛରେ ଶ୍ରୀ ଗଣେଷ ବାସ କରିଥାନ୍ତି ଏଣୁ ଅରଖ ଗଛ ପୂଜା କରିବା ଅର୍ଥାତ୍ ଗଣେଶଙ୍କୁ ପୂଜା କରିବା ସମ୍ମାନ ହୋଇଥାଏ । ଏହି ଅରଖ ଗଛ ର ଫୁଲ ଶିବ ଏବଂ ଦେବୀ ଏବଂ ଗଣେଷ ,ସୂର୍ଯ୍ୟଙ୍କ ର ମଧ୍ୟ ପ୍ରିୟ ହୋଇଥାଏ । ଶାସ୍ତ୍ର ଅନୁସାରେ ଏହି ଶେତ ଅରଖ ଗଛକୁ ଯଦି ମାଟିରେ ପୋତି ତାହା ମୂଳରେ ପାଣି ଏବଂ କ୍ଷୀର ଢାଳି ଏଗାର ବର୍ଷ ପର୍ଯ୍ୟନ୍ତ ପୂଜା କରାଯାଏ ତେବେ ଏହି ଅରଖ ଗଛର ଚେରରେ ଠିକ୍ ଶ୍ରୀ ଗଣେଷ ଙ୍କ ର ଆକୃତିର ରୂପ ନେଇଥାଏ ।

ଯେହେତୁ ଶ୍ରୀ ଗଣେଷ ଙ୍କ ର ଅସ୍ତିତ୍ବ ଏହି ଅରଖ ଫୁଲରେ ଥାଏ ତେଣୁ ଏହି ଗଛକୁ ଯଦି ଘର , ଅଫିସ୍ ,ଦକାନ ଏବଂ କାରଖାନା ଇତ୍ୟାଦି ରେ ଲଗାଇ ପୂଜା କଲେ ସମସ୍ତ ପ୍ରକାର ଦୁଃଖ ଦାସ ଦୂର ହୋଇଥାଏ । ଶ୍ରୀ ଗଣେଷ ହେଉଛନ୍ତି ବିଘ୍ନହରତା ଏଣୁ ଗୃହରେ ସମସ୍ତ ପ୍ରକାର ବିଘ୍ନ ଦୂର ହୋଇଥାଏ । ଏବଂ ଏହି ଶେତ୍ ଅରଖ କୁ ସ୍ଥାପନ କରିବା ଦ୍ୱାରା ଘର ,ଅଫିସ୍,ଦାକାନ୍ ର ବାସ୍ତୁ ଦୋଷ ଦୂର ହୋଇଥାଏ । ଯାହା ଫଳରେ କି ସଫଳତା କିମ୍ବା ଧନ ର ଅଭାବ ଦେଖା ଦେଇ ନ ଥାଏ ।

Flowers

ଯେଉଁ ପରିବାରର ସଦସ୍ୟ ଯାନ ବାହନ ଚଲାଉ ଥାନ୍ତି ଅବା ସୈନ ବିଭାଗରେ ଥାନ୍ତି ଏହି ଶେତ ଅରଖ ଗଛ ପୂଜା କରନ୍ତୁ କାରଣ ଏହା ଦ୍ଵାରା ସମସ୍ତ ଦୁର୍ଘଟଣା ଟଳି ଯାଇଥାଏ ଏବଂ ବିଜୟ ମଧ୍ୟ କରିଥାଏ । ଯେଉଁ ଘରେ ଏହି ଶେତ ଅରଖ ଗଛ ପୂଜା ପାଇଥାଏ ଯନ୍ତ୍ର ମନ୍ତ୍ର ତନ୍ତ୍ର ଶକ୍ତି ବା ଗୁଣି ଗରୁଡି କିଛିବି ବିଗାଡି ପାରି ନଥାଏ । ଏବଂ ସ୍ବାମୀ ସ୍ତ୍ରୀ ମଧ୍ୟ ରେ ପିତା ପୁତ୍ର ମଧ୍ୟରେ ମନ ନଳିନୀ ର ସମସ୍ୟା ଦେଖା ଦେଇ ନ ଥାଏ ।

କୌଣସି ବାସ୍ତୁ ଜନିତ ଯଦି ଘର ତିଆରି ହୋଇପାରୁ ନ ଥାଏ ଅବା ଅଧାରୁ ରହି ଯାଇଥାଏ ତେବେ ସେହି ଘର ପାର୍ଶ୍ଵରେ ଅରଖ ଗଛ ଲଗାଇ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ସେହି ଘର ତୁରନ୍ତ ସମ୍ପୂର୍ଣ ହୋଇଯାଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *