ଭାରତୀୟ ବଜାରରେ ସବୁଠାରୁ ପ୍ରିୟ ଖାଦ୍ୟ ପଦାର୍ଥ ମ୍ୟାଗି ପୁଣି ଥରେ ଲାଇମଲାଇଟକୁ ଆସିଛି ଏବଂ ପୁଣିଥରେ ବିବାଦ ଘର ରେ ଦେଖାଦେଇଛି | କିନ୍ତୁ ଏଥର କୈଣସି ଖାଦ୍ୟ ବିଭାଗ କିମ୍ବା ସରକାର ନୁହଁନ୍ତି, ବରଂ ନେଷ୍ଟଲେ ନିଜେ ସ୍ୱୀକାର କରିଛନ୍ତି ଯେ ମ୍ୟାଗି ସମେତ ଏହାର 60 ପ୍ରତିଶତ ଖାଦ୍ୟ ପଦାର୍ଥ ଏବଂ ଡ୍ରୀଙ୍କ୍ସ୍ ସ୍ୱାସ୍ଥ୍ୟକର ନୁହେଁ। ଅର୍ଥାତ୍ ସେଗୁଡିକ ଖାଇବା କିମ୍ବା ପିଇବା ପାଇଁ ଭଲ ନୁହେଁ |
କମ୍ପାନୀର କହିବାନୁସାରେ, ଏହାର ଉତ୍ପାଦ ଗୁଡ଼ିକରେ ଥିବା ପୁଷ୍ଟିକର ଏବଂ ସବୁ ତତ୍ୱ ର ଜାଞ୍ଚ କରୁଅଛି , ଏହି ପ୍ରସଙ୍ଗରେ ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ନେଷ୍ଟଲେଙ୍କ ଏହି ବିବୃତ୍ତି ଆଭ୍ୟନ୍ତରୀଣ ସର୍ଭେ ଉପରେ ଆଧାରିତ।
ରିପୋର୍ଟରେ କୁହାଯାଇଛି ଯେ ନେଷ୍ଟଲେଙ୍କ 37 ପ୍ରତିଶତ ଖାଦ୍ୟ ଏବଂ ପାନୀୟ ଦ୍ରବ୍ୟର ରେଟିଂ 3.5 ରହିଛି। ଏହି ରେଟିଂ ଅଷ୍ଟ୍ରେଲିଆର ହେଲ୍ଥ ଷ୍ଟାର ରେଟିଂ ସିଷ୍ଟମ ଦ୍ୱାରା ଜାରି କରାଯାଇଛି, ଏହି ସିଷ୍ଟମ ଅନୁଯାୟୀ, ଉତ୍ପାଦଗୁଡିକ 1 ରୁ 5 ପର୍ଯ୍ୟନ୍ତ ରେଟିଙ୍ଗ ଦିଆଯାଉଛି।
ନେଷ୍ଟଲେ ‘ସ୍ୱାସ୍ଥ୍ୟର ସ୍ୱୀକୃତିପ୍ରାପ୍ତ ସଂଜ୍ଞା’ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଉତ୍ପାଦକୁ 3.5 ରେଟିଂରେ ସ୍ଥାନିତ କରାଯାଇଛି। ଏହି ରିପୋର୍ଟକୁ ଦୃଷ୍ଟିରେ ରଖି କମ୍ପାନୀ କହିଛି ଯେ ଏହାର ସମ୍ପୂର୍ଣ୍ଣ ଉତ୍ପାଦ ପୋର୍ଟଫୋଲିଓ ରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି , ବିଶେଷ କରି ଖାଦ୍ୟ ଏବଂ ପାନୀୟ ବିଭାଗରେ ପରିବର୍ତ୍ତନ କରାଯିବ।
ତେଣୁ ଏହି ଖବର ସାମ୍ମାନାକୁ ଆସିବା ପରେ ଏବେ ଏହି ଖାଦ୍ୟ ପର୍ଦାର୍ଥକୁ ନେଇ ଚାରିଆଡେ ଚର୍ଚା ଯୋର ଧରିଲାଣି । ଯଦି ଆପଣ ବି ଏଭଳି ଖାଦ୍ୟ ବ୍ୟବହାର କରନ୍ତି , ତେବେ ଆମକୁ କମେଣ୍ଟ ରେ ଜଣାଇବା ସହ ଏହାକୁ ସେୟାର କରି ଅନ୍ୟ ମାନଙ୍କୁ ବି ଜଣାନ୍ତୁ ।
ଏହି ଭଳି ଖବର ସବୁବେଳେ ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ କରିବା ସହ ଉପରେ ଫଲୋ ନିଶ୍ଚୟ କରି ଦିଅନ୍ତୁ ।