ଗତ ୧ ବର୍ଷ ହେବ କ-ରୋ-ନା ସମସ୍ତଙ୍କର ଜୀବନକୁ ନଷ୍ଟ କରି ଦେଇଛି । ଲକଡାଉନ ଯୋଗୁ କିଏ କାମ ପାଉନି ତ କିଏ ଖାଇବାକୁ । ଅନ୍ୟ ପଟେ ଯଦି କେହି କରୋନାରେ ସଂକ୍ରମିତ ହେଉଛି ତେବେ ତାକୁ ଆହୁରି ବିଭିନ୍ନ ପ୍ରକାରର ସମସ୍ୟା ଅସୁବିଧାର ସାମ୍ନା କରିବାକୁ ପଡୁଛି ।
ଏହିଭଳି ଭବାରେ ସମସ୍ତଙ୍କର ଦିନ ଦୁଃଖ ଓ କଷ୍ଟରେ ବିତୁଛି । କହିବାକୁ ଗଲେ କରୋନାରେ ଯଦି କେହି ଆକ୍ରାନ୍ତ ହେଉଛନ୍ତି ତେବେ ସେ ବହୁତ ଜଲ୍ଦି ସୁସ୍ଥ ମଧ୍ୟ ହୋଇଯାଉଛନ୍ତି । କିନ୍ତୁ ଅନ୍ୟ ପଟେ କେତେକ ରୋଗୀ ପ୍ରାଣ ମଧ୍ୟ ହରାଉଛନ୍ତି । ହେଲେ ଏବେ ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି ଗାଁ ଗହଳିରେ ଗୋଷ୍ଟି ସଂକ୍ରମଣ । ପୁର୍ବ ବର୍ଷ ପ୍ରଥମ ୱେଭ ସହରରେ ବିସ୍ତାର ହୋଇଥିବା ବେଳେ ଏହି ବର୍ଷ ଦୀତୀୟ ୱେଭ ଗ୍ରାମା ଅଞ୍ଚଳରେ ନିଜର ପ୍ରାଧାନ୍ୟ ବିସ୍ତାର କରୁଛି । ଗ୍ରାମଞ୍ଚଳରେ ହୁ ହୁ ହୋଇ ଗୋଷ୍ଟୀ ସଂକ୍ରମଣ ହେଉଛି ଯାହା ନିଶ୍ଚିନ୍ତ ରୁପେ ଚିନ୍ତାର ବିଷୟ ।
ତେବେ ଏହି ଭଳି ପରିସ୍ତିତିରେ ଆମେ ଡାକ୍ତରଙ୍କ ସହ କଥା ହୋଇଥିଲୁ , ଗ୍ରାମଞ୍ଚଳରେ ରହୁଥିବା ଲୋକ କିପରି ରହିବେ ସୁରକ୍ଷୀତ , ତେବେ ଡାକ୍ତର ଦେଇଥିଲେ କିି ଟିପ୍ସ । ଆସନ୍ତୁ ଜାଣିବା ।

ଯଦି ଆପଣ ଗ୍ରାମାଞ୍ଚଳରେ ରହୁଛନ୍ତି , ତେବେ ଯଥା ସମ୍ଭବ ଜନ ଗହଳିଠୁ ଦୁରେଇ ରୁହନ୍ତୁ ।ମେଳା ମହସ୍ଚୋବ , ଭିଡ ଭାଡ ଜେଗାଠୁ ଜେତେ ଦୁରରେ ରହିବେ ସେତେ ସୁରକ୍ଷୀତ । କେବଳ ସେହି ଜାଗାରୁ ହିଁ ହୁ ହୁ ହୋଇ ମାଡୁଛି କ-ରୋ-ନା । ଦ୍ୱୀତିୟ କଥା , ଜଦି ଆପଣଙ୍କର କୌଣସି କାମ ନାହିଁ ତେବେ ଅଜଥାରେ ବାହାରକୁ ଜାଆନ୍ତୁ ନାହିଁ । ଘରେ ରୁହନ୍ତୁ ସୁରକ୍ଷୀତ ରୁହନ୍ତୁ । କେବଳ ଜରୁରୀ କାମରେ ବାହାରକୁ ଜାଆନ୍ତୁ ।
ଦ୍ୱୀତିୟ ରେ ନିଜ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚେଷ୍ଟା କରନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଜଥା ସମ୍ଭବ କାଢା , ସତେଜ ପନି ପରିବା , ଯୋଗ ,ପ୍ରାଣାୟମ ଇତ୍ୟାଦି ସବୁଦିନ କରିବାକୁ ଚେଷ୍ଟା କରନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ତୃତୀୟ ରେ ଯଦି ଆପଣଙ୍କର କୌଣସି ସାଧାରଣ ଲକ୍ଷଣ ଦେଖା ଜାଉଛି , ତେବେ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତୁ । ପ୍ରଥମେ କୋଭିଡ ହେଲ୍ପ ଲାଇନରେ ଜଣାଇବା ସହିତ ନିଜକୁ ସେଲ୍ଫ ଆଇସୋଲେସନ କରି ନିଅନ୍ତୁ , ଜାହା ଫଳରେ ଅନ୍ୟକୁ ସଂକ୍ରମିତ ହେବାର ଭୟ ରହିବନି । ଯଥା ସମ୍ଭବ ପାଣି ଓ ORS ପିଅନ୍ତୁ । ଅଧିକ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଯଦି ଅଧିକ କିଛି ଅସୁବିଧା ଦେଖା ଦେଉଛ ମେଡିସିନ ଖାଇବା ସହ ସ୍ୱାସ୍ତ୍ୟ କେନ୍ଦ୍ର ଜାଆନ୍ତୁ ।
ଯଦି ଆପଣ ଭବିଷ୍ୟତରେ କେବେ ଡାକ୍ତରଙ୍କ ସହ ସିଧା ସଳଖ କଥା ହେବା ପାଇଁ ଚାହାଁନ୍ତି , ତେବେ ଉପରେ ଫଲୋ ବଟନରେ କ୍ଲିକ କଲେ ଆମେ ଆପଣଙ୍କୁ ଭବିଷ୍ୟତରେ ଡାକ୍ତରଙ୍କ ସହ କଥା କରାଇବୁ । ଲାଇକ କରିବାକୁ ଭୁଲନ୍ତୁନି ।